Wednesday, July 26, 2017

ବାୟାର ଆଶ୍ଚର୍ଯ୍ୟ ଦର୍ଶନ

ନଡ଼ିଆ ଗଛର ଅଗ ପତରରେ
ରଜ ପର୍ବ ପାଳି
ନୂଆ କରି ଦେଖିଲି ମୁଁ ଆଶ୍ଚର୍ଯ୍ୟକୁ
ସାନ ମୋର ବଖରାର ଦୁଆର ମୁହଁରୁ
I
ମୋ ଆଖିକୁ ବଢେଇଲି ପାଖକୁ ଦୂରକୁ
ଆଶ୍ଚର୍ଯ୍ୟର ଗତିବିଧି ଲକ୍ଷ୍ୟ କରୁ କରୁ
ସେ ମୋତେ ଚୁମିଲା ସାରା ଦିଗ ଅଦିଗରୁ
I
*   *   *
(ଆବର୍ତ୍ତ: ପ୍ରଥମ ବର୍ଷ, ନବମ ସଂଖ୍ୟା, ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ୧୯୮୩)