ଶବ୍ଦର କପୋତମାନେ ଉଡ଼ିଗଲେ
ଅନୁଭବ ଫେରିଯାଏ ନାହିଁ
ଘଟିଯାଏ,
କବି କେବଳ ଅନୁଭବ ବାଣ୍ଟିବ ବୋଲି
ଅକାତରେ ଭାବକୁ ଆଉଜେ I
ଅନୁଭବ ଫେରିଯାଏ ନାହିଁ
ଘଟିଯାଏ,
କବି କେବଳ ଅନୁଭବ ବାଣ୍ଟିବ ବୋଲି
ଅକାତରେ ଭାବକୁ ଆଉଜେ I
ନିଜ ନାଡ଼ିର ଧାପକୁ ବେଶ୍
ଶବ୍ଦମାନେ ବୁଝନ୍ତି
ସେମାନେ ଖୁବ୍ ଭଦ୍ର, ବିନମ୍ର
ସ୍ପର୍ଶଶୀଳ I
ଶବ୍ଦମାନେ ବୁଝନ୍ତି
ସେମାନେ ଖୁବ୍ ଭଦ୍ର, ବିନମ୍ର
ସ୍ପର୍ଶଶୀଳ I
ଧରିବାକୁ ହୁଏ ଯତ୍ନରେ
ଶବ୍ଦଙ୍କୁ
ଫୁଲପରି
ଭଲ ପାଇ
ନଇଁ ଆସୁଥିଲାବେଳେ
ସଙ୍ଖୋଳିଲା ବେଳେ I
ଫୁଲପରି
ଭଲ ପାଇ
ନଇଁ ଆସୁଥିଲାବେଳେ
ସଙ୍ଖୋଳିଲା ବେଳେ I
ଶବ୍ଦର ବଳାକା ଆକୁଳ
ଗରୁଡ଼ ହେବାକୁ
ଅନୁଭବର, ଭାବର
ତଥାପି ବଳିପଡ଼େ ଅନୁଭବ ଭାବ
ବାମନଙ୍କ ପାଦ ପରି
ଶବ୍ଦର ସୀମା ସେପାଖକୁ!
ଗରୁଡ଼ ହେବାକୁ
ଅନୁଭବର, ଭାବର
ତଥାପି ବଳିପଡ଼େ ଅନୁଭବ ଭାବ
ବାମନଙ୍କ ପାଦ ପରି
ଶବ୍ଦର ସୀମା ସେପାଖକୁ!
ଭାଷା, ଭାବ-ଅନୁଭବ
ହେବେ ବୋଲି ନିକଟର
ଏକାକାର
କେଉଁ ଆଦିମ ଯୁଗରୁ ରତ ପରସ୍ପର
ସାଲିସରେ ସଂପ୍ରସାରଣର I
ହେବେ ବୋଲି ନିକଟର
ଏକାକାର
କେଉଁ ଆଦିମ ଯୁଗରୁ ରତ ପରସ୍ପର
ସାଲିସରେ ସଂପ୍ରସାରଣର I
* * *
(ଆମ ସମୟର ସ୍ୱର: ପ୍ରଥମ ବର୍ଷ, ତୃତୀୟ
ସକାଳ, ୧୯୯୭)