Tuesday, August 22, 2017

ସଂପର୍କ

ବିଜୁଳି ଆଲୁଅ ଜଳେ
ଧୋବ ଫର ଫର ଚନ୍ଦ୍ରାତପ ତଳେ
ଅନେକ ଉପରେ କୁନି ତାରକା ପୁଷ୍ପ ଜଳେ
ଅଣୁର ଅନ୍ତରାଳେ
ଅତଳ ତଳେ ନୟନ-ଜ୍ୟୋତି ଜଳେ!


ଦୁବଘାସର ପାତଳ ପତ୍ରରେ, ସକାଳର ସଜ
କାକର ବଧୂ ହସେ
ଦୂର ଦର୍ଶନର ବିଚିତ୍ର ଚିତ୍ରରେ ଆଉ
ସେ ମହା ଶିଶୁର ସୁରଭି
ମହକେ ମୋ ପୋଖରୀର ପଦ୍ମ କୋରକରେ
I 


ପୂର୍ଣ୍ଣତାର ହଂସ ହଂସରାଳୀ
ମୋ କୁନ୍ତଳ ଢେଉରେ ପହଁରେ
ସ୍ପଷ୍ଟ ଶୁଣେ ସ୍ନେହର ବେତାର ନିରନ୍ତର
ବଧିର ବଧିର କାନରେ
I 


ସଂପର୍କର ଆଲୁଅ ଚାଙ୍ଗୁଡ଼ିରେ ଅନ୍ଧ ପରି
ଝାସ ଦିଏ ସହସ୍ର ନୟନ
I
ଯୋଡ଼େ ସିଏ ପତିତର କବନ୍ଧରେ
, ମଥା
ଆଖଣ୍ଡମଣ୍ଡଳ
I

*   *   *

(ଆବର୍ତ୍ତ: ପ୍ରଥମ ବର୍ଷ, ନବମ ସଂଖ୍ୟା, ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ୧୯୮୩)

No comments:

Post a Comment