କେହି କେବେ କହିବ ତ କହୁ
ଯେ ବାରମ୍ବାର ସୂର୍ଯ୍ୟୋଦୟ ପୁରୁଣା ହେଲାଣି
ସୂର୍ଯ୍ୟାସ୍ତର ପରାଗରୁ ତେଣୁ
ବୈରାଗ୍ୟର ରେଣୁ ଝରିଲାଣି I
ଯେ ବାରମ୍ବାର ସୂର୍ଯ୍ୟୋଦୟ ପୁରୁଣା ହେଲାଣି
ସୂର୍ଯ୍ୟାସ୍ତର ପରାଗରୁ ତେଣୁ
ବୈରାଗ୍ୟର ରେଣୁ ଝରିଲାଣି I
ପାଖୁଡ଼ା ଖୋଲିଲେ ପଦ୍ମର
ଛାଇ ଟିକେ ଛଳ ଛଳ ହେବାର ଦିଶିବ
ତ ସେଥିରେ ସେତେ ଯାଏ ଆସେ ନାହିଁ
ପାଖୁଡ଼ା ଖୋଲୁ I
ଛାଇ ଟିକେ ଛଳ ଛଳ ହେବାର ଦିଶିବ
ତ ସେଥିରେ ସେତେ ଯାଏ ଆସେ ନାହିଁ
ପାଖୁଡ଼ା ଖୋଲୁ I
ଭଲ ନଲାଗୁ ପଛେ ଭଟ୍ଟା
ଜୁଆର ସାଥିରେ
ଫୁଲଝରି ଫେଣ ଆଗ ମାଡିଆସୁ
କିନାରା ବୁକୁରେ I
ଜୁଆର ସାଥିରେ
ଫୁଲଝରି ଫେଣ ଆଗ ମାଡିଆସୁ
କିନାରା ବୁକୁରେ I
ଅଛି କି କେଜାଣି କାହିଁ ଏମିତି ଜୀବନ
ବଞ୍ଚିଥିବ ନିଗଡ଼ ନୀତିରେ
କଳଙ୍କି ନଲାଗି କେବେ ବି
ନିଦ ଭାଙ୍ଗି ନାହିଁ
ଭିନ୍ନ ସପନରେ I
ବଞ୍ଚିଥିବ ନିଗଡ଼ ନୀତିରେ
କଳଙ୍କି ନଲାଗି କେବେ ବି
ନିଦ ଭାଙ୍ଗି ନାହିଁ
ଭିନ୍ନ ସପନରେ I
ସବୁଠାରୁ ଭଲ ପାଇଁ ଏଠି
କେବେଠାରୁ ପରା ଚାଲିଚି ଯୋଜନା
ସୀମାର ସମର୍ପଣଠାରୁ
ଫାଳ ଫାଳ ଫିଟେ ଗୋଟେ ଗୋଟେ
ସବୁବେଳେ ନୂଆ ସମ୍ଭାବନା I
କେବେଠାରୁ ପରା ଚାଲିଚି ଯୋଜନା
ସୀମାର ସମର୍ପଣଠାରୁ
ଫାଳ ଫାଳ ଫିଟେ ଗୋଟେ ଗୋଟେ
ସବୁବେଳେ ନୂଆ ସମ୍ଭାବନା I
ମିଳନର ଗନ୍ଧ ନଥାଇ ଦୁଇ
ବିପରୀତ ବିନ୍ଦୁ
ଲୀଳାବୃତ୍ତର କାଉଁରି ଛୁଆଁରେ କାହାର
ବଦଳି ପାଲଟେ କିପରି ଶାମୁକାରେ ମୁକ୍ତା ସରି
ସତ୍ୟତର ସତ୍ୟତାର ବନ୍ଧୁ!
ବିପରୀତ ବିନ୍ଦୁ
ଲୀଳାବୃତ୍ତର କାଉଁରି ଛୁଆଁରେ କାହାର
ବଦଳି ପାଲଟେ କିପରି ଶାମୁକାରେ ମୁକ୍ତା ସରି
ସତ୍ୟତର ସତ୍ୟତାର ବନ୍ଧୁ!
* * *
(ଆଗାମୀ ଶତାବ୍ଦୀ, ପ୍ରଥମ ବର୍ଷ, ଅଷ୍ଟମ
ସଂଖ୍ୟା, ଅଗଷ୍ଟ ୧୯୯୮)